ରିପୋର୍ଟ କାର୍ଡ / କଟକ
ପ୍ରଥମ ଥର ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବ୍ଲାକ ଫଙ୍ଗସ ପ୍ଲାଷ୍ଟିକ ସର୍ଜରି ସଫଳ ହୋଇଛି। ବ୍ରହ୍ମପୁରୁର ଏମ୍.ମେନକା ମାରାତ୍ମକ ରୋଗ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିଲେ । ଫଳରେ ସେ ତାଙ୍କର ମାଢି ଓ ଦାନ୍ତକୁ ହରାଇ ଏକ ପ୍ରକାର ଭିନ୍ନକ୍ଷମ ହୋଇପଡିଥିଲେ । ଯାହାର ବର୍ତ୍ତମାନ ସଫଳ ଅସ୍ତ୍ରୋପଚାର କରାଯାଇ ନୂତନ ମାଢି ପ୍ରତ୍ୟାରୋପଣ ହୋଇଛି । ତେବେ ଏହି ଅସ୍ତ୍ରୋପଚାର କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପକ୍ଷରୁ କରାଯାଉଛି । ଏବଂ ତାଙ୍କର ଦ୍ୱିତୀୟ ଅସ୍ତ୍ରୋପଚାର ୩ମାସ ପରେ ହେବ ବୋଲି ବିଭାଗୀୟ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି ।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..