ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନାର ୫ଜଣିଆ ମହିଳା ପାଇଲଟ୍ଙ୍କ ଟିମ୍ ଇତିହାସ ରଚିଛି | ମହିଳା ପାଇଲଟ୍ଙ୍କ ଟିମ୍ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଲେଫ୍ଟନାଣ୍ଟ କମାଣ୍ଡର ଆଞ୍ଚଲ ଶର୍ମା ଏହି ବିମାନର କ୍ୟାପ୍ଟେନ ଥିଲେ ଏବଂ ଲେଫ୍ଟନାଣ୍ଟ ଶିବାଙ୍ଗୀ ଏବଂ ଅପୂର୍ବା ଗୀତେ ତାଙ୍କର ପ୍ରମୁଖ ସହଯୋଗୀ ରହିଥିଲେ। ଏଥିସହ ଟାକ୍ଟିକାଲ୍ ଅଫିସର ଲେଫ୍ଟନାଣ୍ଟ ପୂଜା ପଣ୍ଡା ଏବଂ ସେନ୍ସର୍ ଅଫିସର୍ ପୂଜା ଶେଖାଵତ ମଧ୍ୟ ଏହି ଟିମ୍ରେ ରହିଥିଲେ। ମହିଳା ଅଫିସର୍ମାନେ ଏନେଇ ଅନେକ ମାସ ଧରି ଗ୍ରାଉଣ୍ଡ୍ ଟ୍ରେନିଂ ନେଇଥିଲେ। ଆଇଏନ୍ଏସ୍ ୩୧୪ ଗୁଜରାଟର ପୋରବନ୍ଦରରେ ଅବସ୍ଥିତ ଏକ ଫ୍ରଣ୍ଟଲାଇନ୍ ନାଭାଲ୍ ଏୟାର ସ୍କ୍ବାଡ୍ରନ୍।






More Stories
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..