Report Card Odisha

| Daily Odia News

ବାଙ୍କବିହାରୀ ମନ୍ଦିରରେ ୨ମୃତ, ୬ ଆହତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ଜଣ ଆହତ ହୋଇଛନ୍ତି | ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ଆଳତି ହେବା ବେ​‌ଳେ ଏଭଳି ଅଘଟଣ ଘଟିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଜନ୍ମାଷ୍ଟମୀ ଥିବାରୁ ପ୍ରଭୁ ବାଙ୍କବିହାରୀଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେତୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପ୍ରତିବର୍ଷ ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ରାତି ୧ଟା ୫୫ ମିନିଟରେ ଆଳତି ହୋଇଥାଏ । ଆଉ ଆଳତି ଦେଖିବାକୁ ଭକ୍ତମାନଙ୍କ ସମାଗମ ମଧ୍ୟ ହୋଇଥାଏ । କିନ୍ତୁ ଚଳିତ ବର୍ଷ କ୍ଷମତା ଠାରୁ ଅଧିକ ଭକ୍ତଙ୍କ ଗହଳି ହେବାରୁ ଏପରି ଏକ ଘଟଣା ଘଟିଯାଇଛି । ଏଥିରେ ନୋଏଡା ଅଞ୍ଚଳର ଜଣେ ମହିଳା ଓ ଜବଲପୁର ଅଞ୍ଚଳର ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Breaking News