ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି | ଏହା ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି । ରାତି ପ୍ରାୟ ୧.୧୨ରେ ଲକ୍ଷ୍ନୌର ୧୩୯ କିଲୋମିଟର୍ ଉତ୍ତର-ଉତ୍ତରପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଉକ୍ତ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା କିଂବା ଘରଦ୍ବାର ନଷ୍ଟ ହୋଇଥିବା ଖବର ଆସିନାହିଁ। କିନ୍ତୁ, ଲକ୍ଷ୍ନୌ ନଗରୀର ଉତ୍ତର-ଉତ୍ତରପୂର୍ବାଞ୍ଚଳ ଏହି ଭୂମିକମ୍ପଦ୍ବାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି। ଏ ସଂକ୍ରାନ୍ତରେ ଟୁଇଟ୍ କରି ‘ଦି ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି: ୨୦ ତାରିଖ ରାତି ୧.୧୨ରେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ୧୩୯ କିଲୋମିଟର୍ ଉତ୍ତର-ଉତ୍ତରପୂର୍ବରେ ଭୂଗର୍ଭର ୮୨ କିଲୋମିଟର୍ ଗଭୀରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..