Report Card Odisha

| Daily Odia News

ଘୁଞ୍ଚିଲା ପୋଲିସ SI ପରୀକ୍ଷା, ୨୭ରେ ASO…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ପୋଲିସ SI ପରୀକ୍ଷା କୁ ଘୁଂଚିଥିବା ବେଳେ ୨୭ରେ ASO ପରୀକ୍ଷା ହେବ | ସଫ୍ଟଓୟାର ସମସ୍ୟା ପାଇଁ ଟେଷ୍ଟକୁ ନେଇ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନପତ୍ର ଡାଉନଲୋଡ ହୋଇପାରୁନଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ ପରୀକ୍ଷାର୍ଥୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ପିଆରବି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ଘୁଞ୍ଚିଲା, ପୁଣି ଥରେ ହେବ । ସଫ୍ଟଓୟାର ସମସ୍ୟା ପାଇଁ ପରୀକ୍ଷା ଘୁଞ୍ଚିଲା ବୋଲି ଅଧ୍ୟକ୍ଷ କହିଛନ୍ତି । ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ ଜରିଆରେ  ସୂଚନା ଦେଇଛନ୍ତି । ସେପଟେ ASO ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବ | ୨୧ ତାରିଖରେ ହେବାରଥିଲା | ବନ୍ୟା ପାଇଁ ପରୀକ୍ଷାକୁ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି | ଏନେଇ ଆଜି OPSC ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Breaking News