ରିପୋର୍ଟ କାର୍ଡ / ଅନୁଗୁଳୁ
ଉଛୁଳା ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଆଜି ଅନୁଗୁଳୁ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସମଲ ଥାନା ଅଞ୍ଚଳରେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ-ସମଲ ଥାନା ଅଞ୍ଚଳରେ ଥିବା ନଦୀ ବ୍ୟାରେଜ ଉପରୁ ଡେଇଁ ଆଜି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କ ସ୍ଥାନୀୟ ଟିପୋ ଗ୍ରାମର ବୋଲି ଜଣାପଡ଼ିଛି। ହେଲେ ଯୁବତୀ କେଉଁ କାରଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାସ୍ପଷ୍ଟ ହୋଇନାହିଁ |






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..