ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଏମସ ମେଡିକାଲ ଛାତରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି | ରୋଗୀ ଜଣକ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଚିକିତ୍ସା ହେଉଥିଲେ | ସେ କେଉଁକାରଣ ପାଇଁ ଛାତରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ | ସୂଚନା ଅନୁସାରେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ ଗତ କିଛି ଦିନ ଧରି ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କୌଣସି କାରଣରୁ ମହେନ୍ଦ୍ରଙ୍କ ପାଦ କଟାଇ ଯାଇ ସର୍ଜରୀ କରାଯାଇଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ। ଆଜି ଅପରାହ୍ନରେ ସେ ଝରକା ଦେଇ ପଞ୍ଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ମହେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..