ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ପୂର୍ବତନ ବିଧାୟକ ରଞ୍ଜନ ତିଓ୍ବାରୀ ଦୀର୍ଘ ୨୦ ବର୍ଷ ପରେ ଗିରଫ ହୋଇଛନ୍ତି | ନେପାଳ ସୀମାନ୍ତ ରାକ୍ସାଉଲରୁ ପୋଲିସ ଗିରଫ କରିଛି | ପୋଲିସ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ୟୁପି ପୋଲିସ ତାଙ୍କୁ ଖୋଜୁଥିଲା। କିନ୍ତୁ ଦୀର୍ଘ ୨୦ ବର୍ଷ ଧରି ରଞ୍ଜନ ଲୁଚି ରହିଥିବାବେଳେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ରଞ୍ଜନଙ୍କୁ ଧରିବା ପାଇଁ ପୋଲିସ ୨୫ ହଜାରର ପୁରସ୍କାର ରାଶି ଘୋଷଣା କରିଥିଲା। ଶେଷରେ ନେପାଳ ସୀମାନ୍ତରୁ ତାଙ୍କୁ ଗିରଫ କରାଯାଇଛି | ଉଲ୍ଲେଖ ଯୋଗ୍ୟ- ବିହାର ଗୋବିନ୍ଦଗଞ୍ଜ ବିଧାନସଭା ଆସନରୁ ରଞ୍ଜନ ବିଧାୟକ ଥିଲେ। ୧୯୯୮ରେ ସେ ୟୁପିର ଗୋରଖପୁର ପୋଲିସ ଉପରକୁ ଗୁଳି ଚଳାଇଥିଲେ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..