ରିପୋର୍ଟ କାର୍ଡ / ଜୟପୁର
ଜୟସିଂହପୁର ଖୋର ଅଞ୍ଚଳରେ ଥିବା ଏକ ରିସର୍ଟରେ ପୋଲିସ ଚଢ଼ାଉ କରି ୧୩ ମହିଳାଙ୍କ ସମେତ ୮୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହରିୟାଣା, ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଇତ୍ୟାଦି ବିଭିନ୍ନ ରାଜ୍ୟର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୯ଟି ହୁକ୍କା, ୪୪ ବୋତଲ ଆଇଏମ୍ଏଫ୍ଏଲ୍, ୬୬ ବୋତଲ ବିୟର, ୧୪ଟି ବିଳାସପୂର୍ଣ୍ଣ କାର୍, ଗୋଟିଏ ଟ୍ରକ୍ ଏବଂ ୨୩.୭୮ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କର୍ଣ୍ଣାଟକ ଜଣେ ପୋଲିସ ଇନ୍ସପେକ୍ଟର ଏବଂ ବେଙ୍ଗାଲୁରୁର ଜଣେ ତହସିଲଦାର ମଧ୍ୟ ଅଛନ୍ତି। ଶନିବାର ରାତିରେ ଜୟପୁର ପୋଲିସର ଏକ ଟିମ୍ ସାଇପୁରା ବାଗ ପ୍ରାସାଦ ଉପରେ ଚଢ଼ଉ କରିବାବେଳେ ଅଭିଯୁକ୍ତମାନେ ସେଠାରେ ଜୁଆ ଖେଳୁଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……