ରିପୋର୍ଟ କାର୍ଡ / ରାୟପୁର
ଛତିଶଗଡ ଡୋଙ୍ଗରଗଡରେ ଶିବନାଥ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ୍ର ୨ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଶିବନାଥ ଏକ୍ସପ୍ରେସ୍ ଛତିଶଗଡର କୋରବାଠାରୁ ନାଗପୁରର ଇତୱାରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟମାର ଶିକାର ହୋଇଛି । ଡୋଙ୍ଗରଗଡ ୟାର୍ଡ ନିକଟରେ ଏକ୍ସପ୍ରେସ୍ଟି ଲାଇନ୍ଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଟ୍ରେନ୍ର ଦୁଇଟି ବଗି ରେଳ ଧାରଣାରୁ ଖସିପଡିଛି । ଏହି ଦୁର୍ଘଟଣା ଫଳରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳ ଧାରଣାରୁ ଲାଇନ୍ଚ୍ୟୁତ ବଗି ଦୁଇଟିକୁ ଉଠାଯାଉଥିବା ସୂଚନା ରହିଛି






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..