Report Card Odisha

| Daily Odia News

କଂଗ୍ରେସ କୁ ମିଳିବାକୁ ଯାଉଛି ନୂଆ ସଭାପତି,କଂଗ୍ରେସର ଭିତିରି ଅବସ୍ଥା ପୂରା ବେହାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୪ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜକୁ ସଦୃଢ଼ କରିବାକୁ ଯାଉଛି | ଆରମ୍ଭ କରିଛି ରାଜନୈତିକ ଅଙ୍କକଷା | ବର୍ତ୍ତମାନ ଦେଶରେ କଂଗ୍ରେସ କୋଣଠେସା ହୋଇ ପଡିଛି | ନିଜକୁ ବଳବାନ କରି ପୁଣି କ୍ଷମତା ସିନ ହେବାକୁ ଆରମ୍ଭ କରି ଦେଲାନି ରଣନୀତି | କଂଗ୍ରେସ କୁ ମିଳିବାକୁ ଯାଉଛି ନୂଆ ସଭାପତି | ଆସନ୍ତା ସେପ୍ଟେମ୍ବର ମାସରେ କଂଗ୍ରେସ ଜଣେ ନୂଆ ଅଣ ଗାନ୍ଧି ସଦସ୍ୟଙ୍କୁ ସଭାପତି କରିପାରେ । କାରଣ ରାହୁଲ ଗାନ୍ଧି ପୁନଶ୍ଚ ଦଳ ମଙ୍ଗୁଆଳ ହେବାକୁ ରାଜି ହେଉ ନାହାନ୍ତି। ଶେଷ ଅଣ ଗାନ୍ଧି ଅଧ୍ୟକ୍ଷ ସୀତାରାମ କେଶରୀଙ୍କୁ ଉକ୍ତ ପଦରୁ ବିଦା କରି ସୋନିଆ ଗାନ୍ଧିଙ୍କୁ ବସାଯାଇଥିଲା। ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ସେ ବି ଉକ୍ତ ପଦରେ ଆଉ ରହିବାକୁ ଚାହୁନାହାନ୍ତି। ରାହୁଲଙ୍କୁ ପୁଣି ମନେଇବା ପାଇଁ ଯେତେ ଚେଷ୍ଟା କରାଗଲେ ମଧ୍ୟ ସେ ଆଉ ଦଳର ଅଧ୍ୟକ୍ଷ ଭାର ନେବାକୁ ରାଜି ନାହାନ୍ତି । ଏବେ ବି ରାହୁଲଙ୍କୁ ମନେଇବା ପାଇଁ ଚେଷ୍ଟା ଜାରିରହିଛି , ସେ ମଙ୍ଗିବା ଭଳି ନାହାନ୍ତି। ୨୦୧୯ ନିର୍ବାଚନରେ ଦଳ ହାରିବା ପରେ ରାହୁଲ ଏଥିପାଇଁ ନୈତିକ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ତାଙ୍କ ଇସ୍ତଫା ଗ୍ରହଣ କରିନଥିଲା। କିନ୍ତୁ ରାହୁଲ ଇସ୍ତଫା ଫେରେଇ ନେବାକୁ ରାଜି ହେଲେ ନାହିଁ। ସେତେବେଳେ ସେ କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ କେବଳ ଗାନ୍ଧି ପରିବାରରୁ ହେବା ଜରୁରୀ ନୁହେଁ। ବର୍ତ୍ତମାନ ଗାନ୍ଧି ପରିବାର ବାହାରୁ କିଏ କଂଗ୍ରେସର ଅଧ୍ୟକ୍ଷ ହେବ ତାହା ଉପରେ ଦଳୀୟ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳ ସାଧାରଣ ସମ୍ପାଦକ ମୁକୁଲ ୱାସନିକ, ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍, ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖଙ୍କ ନାଁ ଚର୍ଚ୍ଚାରେ ରହିଛି। ଯେଉଁ ୨୩ ଜଣ ବିଦ୍ରୋହୀ ନେତା କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରୁଥିଲେ ସେମାନେ ବି ନିଜ ପସନ୍ଦର ନେତାଙ୍କ ପାଇଁ ଯୁକ୍ତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ୨୦ରେ ଏହା ଶେଷ ହେବ। ତେଣୁ ଆଉ ପ୍ରାୟ ମାସକ ପରେ କଂଗ୍ରେସ ଜଣେ ଅଣ-ଗାନ୍ଧି ଅଧ୍ୟକ୍ଷ ପାଇବ ବୋଲି ଆଶା କରାଯାଉଛି। ଏହା ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି | ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ଆନନ୍ଦ ଶର୍ମାଙ୍କ ଇସ୍ତଫା କଂଗ୍ରେସକୁ ବଡ଼ ଝଟକା ଦେଇଥିଲା। ସେପଟେ କଂଗ୍ରେସ ର ଏଭଳି ସ୍ଥିତି କୁ ଦେଖି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି କି କଂଗ୍ରେସର ଭିତିରି ଅବସ୍ଥା ପୂରା ବେହାଲ। ଇସ୍ତଫା ଦେଉଥିବା ନେତାଙ୍କୁ ଦେଖି ଏହା ଜଣାପଡ଼ୁଛି।

Breaking News