ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏସିଆ କପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏସିଆ କପ୍ ପାଇଁ ଦୁବାଇ ଗସ୍ତ କରିପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଦଳ ଆଜି ହିଁ ୟୁଏଇ ଅଭିମୁଖେ ଯାତ୍ରା କରିବ । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ । ଭାରତ ୨୮ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ । ଉଲ୍ଲେଖ ଯୋଗ୍ୟ -ନିକଟରେ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ ଖେଳିଥିଲା । ଏଥିରେ ରାହୁଲଙ୍କ ବ୍ରେକ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଭିଭିଏସ ଲକ୍ଷ୍ଣଣଙ୍କୁ କୋଚ୍ ଭାବେ ଇଣ୍ଡିଜ ପଠାଯାଇଥିଲା । କେଏଲ ରାହୁଲ-ଲକ୍ଷ୍ଣଣଙ୍କ ଯୋଡି ଜିମ୍ବାଓ୍ୱେ ବିପକ୍ଷରେ ମଧ୍ୟ କ୍ଲିନ୍ ସ୍ୱିପ୍ କରିଥିଲା ।






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……