ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । ସରକାରଙ୍କ ତ୍ରୁଟି ବଖାଣି ନିକଟରେ ବିଜେପିର ସଂସଦୀୟ ବୋର୍ଡରୁ ବିଦା ହୋଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ପୁଣି ଗଡ଼କରୀ କିଛି ଏଭଳି କଥା କହିଛନ୍ତି ଯାହା ଚର୍ଚ୍ଚା ଜୋରଧରିଛି | କହିଛନ୍ତି କି ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି। ଏହା ହିଁ ସବୁଠାରୁ ବଡ଼ ସମସ୍ୟା | ଗଡ଼କରୀ ଙ୍କର ଏଭଳି ବୟାନ ରାଜନୀତି ମହଲରେ ହଇଛଇ ସୃଷ୍ଟି କରିଛି | ଆସୋସିଏସନ ଅଫ କନସଲ୍ଟିଂ ଇଞ୍ଜିନିୟର୍ସ ପକ୍ଷରୁ ମୁମ୍ବାଇରେ ଆୟୋଜିତ NATCON 2022 କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, “ଆପଣମାନେ ଚମତ୍କାର କରିପାରିବେ, ଏଥିପାଇଁ ଦକ୍ଷତା ଅଛି। ମୋ ମତାମତ ହେଉଛି ଭାରତୀୟ ଭତ୍ତିଭୂମିର ଭବଷ୍ୟତ ବେଶ ଉଜ୍ଜ୍ୱଳ। ଆମକୁ ଭଲ ଟେକ୍ନୋଲଜି, ଭଲ ଚିନ୍ତାଧାରା, ଭଲ ଗବେଷଣାକୁ ଗ୍ରହଣ କରିବାକୁ ପଡ଼ିବ। ସେହିପରି ଏଗୁଡ଼ିକ ଉପରେ ସଫଳତାର ସହ ବିଶ୍ୱ ଓ ଦେଶରେ ଅଭ୍ୟାସ କରିବାକୁ ହେବ। ଗୁଣବତ୍ତାରେ ବୁଝାମଣା ନ କରି ଆମକୁ ଦାମ ହ୍ରାସ କରାଯାଇ ପାରୁଥିବା ବିକଳ୍ପ ଜନିଷ ବାହାର କରିବାକୁ ହେବ। ସେହିପରି ନିର୍ମାଣ କାମରେ ସମୟ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସମୟ ହେଉଛି ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ଠିକ ସମୟରେ ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଟେକ୍ନୋଲଜି ଓ ସମ୍ବଳ ଠାରୁ ସମୟ ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ।”ସରକାରଙ୍କ ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ କୁ ଦେଖିଲେ ଗଡ଼କରୀଙ୍କ ବୟାନ ମେଳ ଖାଉନାହିଁ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..