Report Card Odisha

| Daily Odia News

ଭଗବତ ଗୀତା ସହ ତୁଳନା ହେଲା ମୋଦିଙ୍କ ବହି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ବିବାଦୀୟ ବିୟାନ ଦେଇ ଫସିଗଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ମୋଦିଙ୍କ ଉପରେ ଲେଖାଯାଇବା ବହିକୁ ଗଜେନ୍ଦ୍ର ସିଂହ ଭଗବତ ଗୀତା ସହ ତୁଳନା କରିଛନ୍ତି। ସେ ରାଜସ୍ଥାନର ଝୁନଝୁନ ଠାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ Modi@20 Dreams Meet Delivery’ ବହିକୁ ଶ୍ରୀମଦ ଭଗବତ ଗୀତା ସହ ତୁଳନା କରିବାରୁ ବିବାଦ ଦେଖାଦେଇଛି। ଏହି କାର୍ଯ୍ୟକ୍ରମରେ ଶେଖାୱତ କହିଛନ୍ତି, “ଆଗାମୀ ଦିନରେ Modi@20 Dreams Meet Delivery’ ମହତ୍ତ୍ୱ ଠିକ ଭଗବତ ଗୀତା ଭଳି ହେବ। ଆଗାମୀ ପିଢ଼ି ପାଇଁ ଏହି ବହିର ମହତ୍ତ୍ୱ ଅଧିକ ରହିବ। ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି କରୁଥିବା ପ୍ରୟାସର ପ୍ରଭାବ ଏବେ ଦେଖିବାକୁ ମିଳିଲାଣି। Modi@20 Dreams Meet Delivery’ ବହିକୁ ପ୍ରଧାନମନ୍ତ୍ରୀଙ୍କ ଅନୁଭୂତି ଓ କାର୍ଯ୍ୟକୁ ଆଧାର କରି ପ୍ରସ୍ତୁତ କରାଯାଇଛି।”ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Breaking News