ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ସରକାର ଗଠନ କରିଥିବା ନୀତୀଶ କୁମାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ବିହାର ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେବା ସହ ‘ଫ୍ଲୋର୍ ଟେଷ୍ଟ୍’କୁ ବର୍ଜନ କରିଥିଲା ବିଜେପି। ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଶାସକ ଦଳ ଭୋଟ୍ କରିବାକୁ ଦାବି କରିଥିଲେ। ହେଲେ ବିଜେପି ଏହାର ବିରୋଧ କରି ଭୋଟ ଦେବାକୁ ମନା କରିବା ସହ ଗୃହରୁ ବାହାରକୁ ଚାଲିଯାଇଥିଲେ। ଏହାପୂର୍ବରୁ ଗୃହରେ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏ ଛାଡି ମହାଗଠବନ୍ଧନ ସହ ସରକାର ଗଠନ କରିବାର କାରଣ କହିଥିଲେ। ସେ କହିଥିଲେ, ସେଠାରେ ମୋତେ ସମ୍ମାନ ମିଳୁନଥିଲା। ଅଟଳ ବିହାରୀ ବାଜପେୟୀ ଏବଂ ଆଡଭାନୀଙ୍କ ଭଳି ନେତାମାନେ ମୋତେ ସମ୍ମାନ ଦେଇଛନ୍ତି। ମୁଁ ୨୦୧୩ରେ ବିଜେପି ସହିତ ମୋର ମେଣ୍ଟ ସେତେବେଳେ ଭାଙ୍ଗିଲି ଯେତେବେଳେ ଏହି ନେତାମାନଙ୍କୁ ଦଳରୁ ଦୂରେଇ ରଖାଯାଇଥିଲା। ନୀତୀଶ କୁମାର ତାଙ୍କ ଅଭିଭାଷଣରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମିଳିତ ଭାବେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଚ୍ୟାଲେଞ୍ଜ କରିବେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……