ରିପୋର୍ଟ କାର୍ଡ / କଟକ
ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ବର୍ଷାଙ୍କ ସହ ତାଙ୍କ ମାଆ ଦୀପା ସାହୁ ଏବଂ ଝିଆରି ଆୟୁସି ପ୍ରିୟଦର୍ଶିନୀଙ୍କୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ମାମଲା ହୋଇଥିଲା । ଏ ନେଇ ଦିଲ୍ଲୀ ଆଭେନିଉ ଥାନା ପୋଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା । ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୋଲିସ କଟକ ଆସି ପୁରୀଘାଟ ଥାନା ପୋଲିସ ଜରିଆରେ ଏହି ନୋଟିସ ଜାରି କରିଥିଲା । ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଦିଲ୍ଲୀ ପୋଲିସ ଏସ୍.ସି ଓ ଏସ୍.ଟି ଆଇନ୍ ଅନୁଯାୟୀ ଏହି ମାମଲା ରୁଜୁ କରିଥିଲା।
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..