ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ପୁଣି କରୋନା ସଂକ୍ରମଣ ବୃଦ୍ଧି ହୋଇଛି | ଗତ ୨୪ ଘଣ୍ଟା ମଧ୍ୟରେ ୩୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ୭, ବରଗଡ଼ ୧୨, ଭଦ୍ରକ ୨, ବଲାଙ୍ଗୀର ୨୫, ବୌଦ୍ଧ ୨୮,କଟକ ୨୨, ଦେଓଗଡ ୩, ଢେଙ୍କାନାଳ ଜଣେ, ଗଜପତି ୬, ଗଞ୍ଜାମ ଜଣେ, ଯାଜପୁର ୧୦, ଝାରସୁଗୁଡ଼ା ୪, କଳାହାଣ୍ଡି ୧୪, କନ୍ଧମାଳ ୨, କେନ୍ଦ୍ରାପଡ଼ା ଜଣେ, କେନ୍ଦୁଝର ୪, ଖୋର୍ଦ୍ଧା ୬୨, କୋରାପୁଟ ୨, ମାଲକାନାଗିରି ୨, ମୟୁରଭଞ୍ଜ ୮, ନବରଙ୍ଗପୁର ୧୨, ନୟାଗଡ଼ ୪, ନୂଆପଡ଼ା ୧୧, ପୁରୀ ୪, ରାୟଗଡ଼ା ୪, ସମ୍ବଲପୁର ୬, ସୋନପୁର ୫, ସୁନ୍ଦରଗଡ଼ ୭୮, ଷ୍ଟେଟ ପୁଲ୍ରୁ ୧୪ଜଣ ରହିଛନ୍ତି ।






More Stories
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..
ଆସାମରେ ନିର୍ବାଚନ ପ୍ରଚାର କଲେ ମୋହନ…..
ଆଉ ଖୋଲାରେ ମିଳିବନି ଗ୍ୟାସ୍……