ରିପୋର୍ଟ କାର୍ଡ / କରଞ୍ଜିଆ
ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଏବଂ ହେଲପର । ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପଶ୍ଚିବଙ୍ଗରୁ କେନ୍ଦୁଝର ଅଭିମୁଖେ ୪୯ ନଂ ଜାତୀୟ ରାଜପଥରେ ଗାଡିଟି ଯାଉଥିଲା । ଠିକ୍ ଏହି ସମୟରେ ଗାଡ଼ିରୁ ଧୂଆଁ ଏବଂ ନିଆଁ ବାହାରୁ ଥିବାର ଡ୍ରାଇଭର ଦେଖିବାକୁ ପାଇଥିଲେ । ଏହାପରେ ଗାଡ଼ିରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଏବଂ ହେଲ୍ପର୍ । ତେବେ ଏହି ଅଗ୍ନିକାଣ୍ଡରେ ଗାଡିର ଅଧିକାଂଶ ଅଂଶ ପୋଡିଯିବା ସହ ଗାଡିରେ ଲୋଡ ହୋଇଥିବା ସାମଗ୍ରୀରେ ମଧ୍ୟ ନିଆଁ ଲାଗିଯାଇଥିଲା।ସେପଟେ ସ୍ଥାନୀୟଲୋକେ ଗାଡିରେ ନିଆଁ ଲାଗିଥିବା ଦେଖି କରଞ୍ଜିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..