ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ପେଗାସସ୍’ ମାମଲା ଯାଞ୍ଚ କରିବା ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କେନ୍ଦ୍ର ସରକାର ପୂରା ବିବାଦୀୟ ଘଟଣାରେ ଆଦୌ ସହଯୋଗ କରୁ ନଥିବା ରିପୋର୍ଟକୁ ଦେଖି କହିଛନ୍ତି ସୁପ୍ରିମକୋର୍ଟ। ସେହିପରି ତଦନ୍ତ ପ୍ୟାନେଲ ୨୯ଟି ଫୋନ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୫ଟିରେ ମାଲୱେୟର ଠାବ ହୋଇଛି। ତେବେ ଏଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବେ ପେଗାସସ ସ୍ପାଇୱେୟାର ଅଛି କି ନାହିଁ, ତା’ର ପ୍ରମାଣ ମିଳି ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି। ଏଥିସହ ଭାରତ ସରକାର ଯାଞ୍ଚ କମିଟିକୁ ଆଦୌ ସହଯୋଗ କରୁ ନଥିବା ସିଜେଆଇ କହିଲା ପରେ ହଇଚଇ ସୃଷ୍ଟି ହୋଇଛି। ଯଦି କେନ୍ଦ୍ର ସରକାର ଦେଶର କୌଣସି ନାଗରିକଙ୍କ ବିରୋଧରେ ପେଗାସସ ସ୍ପାଇୱେୟାର ବ୍ୟବହାର କରି ନାହାନ୍ତି, ତା’ହେଲେ କାହିଁକି ତଦନ୍ତ ପ୍ୟାନେଲକୁ ସହଯୋଗ କରୁ ନାହାନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….