ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ବର
ଦେଶରେ ବର୍ତ୍ତମାନ କଂଗ୍ରେସ ଅଣ୍ଟା ସଳଖି ପାରୁନଥିବା ବେଳେ ୨୦୨୪ ନିର୍ବାଚନରେ କ୍ଷମତାକୁ ଆସିବାକୁ ଶକ୍ତ ହେବାକୁ ଚଷ୍ଟା କରୁଛି | କିନ୍ତୁ ଦେଖିବାକୁ ଗଲେ କଂଗ୍ରେସର ଲୋକ ପ୍ରିୟତା କମିବାରେ ଲାଗିଛି | ଜନସାଧାରଣ ଆଉ ବୋଧେ କଂଗ୍ରେସ ଉପରେ ଆସ୍ଥା ଭରସା କରିପାରୁ ନାହାନ୍ତି | ଦିନଥିଲା କଂଗ୍ରେସ ଶାସକ ଦଳ ପାଖରେ ବିରୋଧୀ ଦଳ ଭାବେ ଠିଆ ହେଉଥିଲା | ଏବେ କଂଗ୍ରେସ ଶକ୍ତି ହିନ ହେବାରେ ଲାଗିଛି | ଅନେକ ସମୟରେ କଂଗ୍ରେସରେ ଦଳୀୟ ଅନ୍ତଃକନ୍ଦଳ ଲାଗିରହୁଛି | ଦଳ ଭିତରେ କାହାରି କଥା କାହାକୁ ପାଉନାହିଁ | ଏହାକୁ ନେଇ ନେତା ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି | ଯାହା ଦ୍ୱାରା କଂଗ୍ରେସ ର ଅନେକ ବରିଷ୍ଠ ନେତା ଦଳ ଛାଡ଼ୁଛନ୍ତି | କଂଗ୍ରେସ ରସାତଳ ଗାମୀ ହେବାରେ ଲାଗିଛି |୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରସ କୁ ଏହା ଏକ ବଡ଼ ଝଟକା | ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରୁଥିବା କରି ଆସୁଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରି ଦେଇଛନ୍ତି। ସେ ଆଜି କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ସେ ନିଜ ମନର କ୍ଷୋଭ ଓ କଂଗ୍ରେସ ତାଙ୍କୁ ଦେଇଥିବା ଭଲ ପାଇବା ସମ୍ପର୍କରେ ଗୋଟିଏ ଚିଠି ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥିରେ ସେ କଂଗ୍ରେସ ଛାଡ଼ୁଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ ଦେଉଥିବା ନେଇ ଖବରକୁ ଖଣ୍ଡନ କରିଛନ୍ତି। କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ। କଂଗ୍ରେସ ଏଭଳି ପରିସ୍ଥିତି ଦେଖି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି | ଚର୍ଚ୍ଚା ହେଉଛି କି ଏଭଳି ଦଳୀୟ କନ୍ଦଳ ନେତାଙ୍କ କ୍ଷୋଭ ଲାଗିରହେ ତାହେଲେ ୨୦୨୪ ନିର୍ବାଚନରେ କଂଗ୍ରେସହ ଉପରେ ସାଧାରଣ ଜନତାଙ୍କର କଣ ପ୍ରଭାବ ପଡିବ | ଉଲ୍ଲେଖ ଯୋଗ୍ୟ -ଗତ ମେ ମାସରେ କପିଲ ଶିବଲ କଂଗ୍ରେସ ଛାଡି ସମାଜବାଦୀ ପାଟିରେ ଯୋଗ ରାଜ୍ୟସଭା ଟିକେଟ ପାଇଥିଲେ |

ଅନ୍ୟପଟେ ଦେଖିଲେ ରାଜ୍ୟ କଂଗ୍ରେସର ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ କହିଛନ୍ତି, ୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ। ସମସ୍ତେ ଏକାଠି ନ ହେଲେ ଦଳକୁ କେହି ବଞ୍ଚାଇ ପାରିବେନି। ଏପରିକି ଭଗବାନ ମଧ୍ୟ ଦଳକୁ ରକ୍ଷା କରିପାରିବେନି। ଜୟଦେବଙ୍କ ଏଭଳି ବୟାନକୁ ନେଇ କଂଗ୍ରେସ ମହଲରେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ଓ ବିଜେପି ଏକାଠି ହୋଇ ନିର୍ବାଚନ ଲଢ଼ିବେ। ଏ ପରିସ୍ଥିତିରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ଦୁଇ ଦଳଠାରୁ ଲୋକମାନେ ମୁହଁ ବୁଲାଇଲେଣି। ତେଣୁ ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ। ଯଦି ଆସନ୍ତା ନିର୍ବାଚନରେ ଦଳ କ୍ଷମତାକୁ ଆସେ ତାହାଲେ ୧୦/୧୫ବର୍ଷ କ୍ଷମତାରେ ରହିବ। ଲୋକମାନେ ଯେତେବେଳେ ନିଷ୍ପତ୍ତି ନେଇ ଅନ୍ୟ ଆଡ଼େ ମୁହାଁଇବେ, ବିଜେଡିର କୌଶଳ କାମ କରିବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ସବୁବେଳେ ଲୋକଙ୍କ ପାଖରେ ଅଛି। ୨୨ବର୍ଷ ଧରି ଆମେ ଶାସନରେ ନ ଥିଲେ ବି ଲୋକଙ୍କ ପାଖରେ ରହିଛୁ। ଏବେ କଂଗ୍ରେସର ୯ଜଣ ବିଧାୟକ ଥିବା ବେଳେ ଆମେ ୯୦ ମିସନ୍ ନେଇକି ଚାଲିଛୁ। ଲୋକଙ୍କ ଆଶୀର୍ବାଦ ବଳରେ ଏହା ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏପଟେ ଶ୍ରୀ ଜେନାଙ୍କ କଥାକୁ ସହମତ କରିଛନ୍ତି କଂଗ୍ରେସ ବିଧାୟ ସୁରେଶ ରାଉତରାୟ ଏବଂ ତରବହୀନ ପତି | ସୁରେଶ ରାଉତରାୟ କହିଛନ୍ତି ଜୟଦେବ ଜଣେ ବରିଷ୍ଠ ନେତା ତାଙ୍କ କଥାରେ ସତ୍ୟତା ଅଛି | ୨୦୨୪ ରେ ଏକଜୁଟ ହୋଇ ନିର୍ବାଚନ ଲଢ଼ିବାକୁ କହିଛନ୍ତି ତାର | କିନ୍ତୁ ବାରବାଟୀ ବିଧାୟକ ମୋହମ୍ମଦ ମୋକିମ ଅଲଗା ହୋଇରହୁଛନ୍ତି |ତେବେ ଦେଖିବାକୁ ରହିଲା ୨୦୨୪ ନିର୍ଵାଚରେ କଂଗ୍ରେସର ସ୍ଥିତି କଣ ରହୁଛି |






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……