ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ରୁ ଇସ୍ତଫା ଦେଇସାରିଛନ୍ତି | କଂଗ୍ରେସ କୁ ଏକ ବଡ଼ ଝଟକା ଲାଗିଛି | ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଉଥିବା ବେଳେ ଶକ୍ତି ହୀନ ହୋଇ ଯାଉଛି | ଗୁଲାମ ନବୀ ଦଳରୁ ଇସ୍ତଫା ଦେବା ପରେ ନିଜର ଏକ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ନୂଆତଥ୍ୟ ସାମ୍ନାକୁ ଆସିଛି କି ଆଗାମୀ ୧୪ଦିନ ମଧ୍ୟରେ ନିଜର ଦଳ ଗଠନ କରିବେ ଆଜାଦ। ଏହା ସହ ସେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆଗାମୀ ୧୪ଦିନ ମଧ୍ୟରେ ଆଜାଦ ନିଜର ଦଳ ଗଠନ କରିବେ ବୋଲି ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ୍ ସରୋରି କହିଛନ୍ତି। ଜମ୍ମୁ-କଶ୍ମୀରର ବହୁ ବିଶିଷ୍ଟ କଂଗ୍ରେସ ନେତା ଆଜାଦଙ୍କ ସମର୍ଥନରେ କଂଗ୍ରେସ ଦଳର ସଦସ୍ୟତାରୁ ଇସ୍ତଫା ଦେବା ପରେ ଏବେ ନିଜ ସମର୍ଥନକୁ ନେଇ ଦଳ ଗଠନ କରିବେ ଆଜାଦ। ଆଜାଦଙ୍କୁ ମିଳୁଥିବା ସମର୍ଥନକୁ ଦେଖି ଜମ୍ମୁ-କଶ୍ମୀରର ପୂର୍ବତନ ଯୁବ କଂଗ୍ରେସ ସଭାପତି ଅମିନ ଭଟ୍ଟ ଶନିବାର ଦାବି କରିଛନ୍ତି ଯେ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ପୂର୍ବତନ ବିଧାୟକ ଶନିବାର ଆଜାଦଙ୍କୁ ଭେଟିବା ପରେ କହିଛନ୍ତି ଯେ, ଆମେ ଆଗକୁ ବଢ଼ିବା ବିଷୟରେ ଆଲୋଚନା କରିବୁ। ଆମେ ଭାରତୀୟ ଜନତା ପାର୍ଟିର ବି ଟିମ୍ ନୁହଁ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..