ରିପୋର୍ଟ କାର୍ଡ /ପାଟନା
ସିବିଆଇ ଓ ଇଡିର ସ୍କାନରେ ରହିଛି ବିହାର | ଆଜି ବିହାର ୩ ସରକାରୀ ଅଫିସରଙ୍କ ଘରେ ଚଢ଼ାଉ କରି ୪ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ | କିଶନଗଞ୍ଜ ପିଡବ୍ଲୁଡି କାର୍ଯ୍ୟକାରୀ ଇଞ୍ଜିନିୟର ସଞ୍ଜୟ କୁମାର ରାୟଙ୍କର ପାଟନା ଓ କିଶନଗଞ୍ଜରେ ଥିବା ବିଭିନ୍ନ ଠିକଣାରେ ଏକା ସାଙ୍ଗରେ ଚଢାଉ କରିଥିଲେ ବିଆଇଭି ଟିମ୍। ଚଢ଼ାଉ ଖବର ପାଇଁ ସଞ୍ଜୟ ଟଙ୍କାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେବେ ଭିଜିଲାନ୍ସ ଟିମ୍ ପୂରା ଯାଞ୍ଚବେଳେ ସଞ୍ଜୟଙ୍କର କିଶନଗଞ୍ଜ ଘରୁ ୩ କୋଟି ଜବତ କରିଥିବା ବେଳେ ପାଟନାରେ ଥିବା ତାଙ୍କ ଘରୁ ୧ କୋଟି ଜବତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଏବେ ବି ଘଟଣା ସ୍ଥଳରେ ଚଢ଼ାଉ ଜାରି ରହିଛି। ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି। ବଡ଼ ବାବୁ ଆହୁରି ଆୟ ବହିର୍ଭୁତ ସମ୍ପତ୍ତି ରଖିଥାଇ ପାରନ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛନ୍ତି। ତା ସହ ଅନ୍ୟ ଦୁଇ ଅଫିସରଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି |






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..