ରିପୋର୍ଟ କାର୍ଡ / ଯାଜପୁର
ହୋଟେଲରୁ ସେକ୍ସ ରାକେଟ ଠାବ ହୋଇଛି | ଯାଜପୁର ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ ରାକେଟ ସମୟରେ ପୋଲିସ ଚଢ଼ାଉ କରିଥିଲା । ଜଣେ ରୂପଜୀବିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ହୋଟେଲକୁ ସିଲ୍ କରାଯାଇଥିବା ନେଇ ଜଣାପଡିଛି । ସୂଚନା ମୁତାବକ ପାଣିକୋଇଲି ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀହରୀ କଟେଜ୍ ନାମକ ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ତେବେ ଗତକାଲି ପୋଲିସ ଏହି ହୋଟେଲରେ ଚଢ଼ାଉ କରି ଜଣେ ରୁପାଜୀବିଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ | ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜର ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପାଣିକୋଇଲି ପୋଲିସ ।






More Stories
ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……