ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ହତ୍ୟା ଘଟଣାର ନୟାଗଡ଼ ଲିଙ୍କ୍ ଥିବା ନେଇ ଜଣାପଡୁଛି । ପୋଲିସ ନୟାଗଡ଼ର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ କରିଥିଲେ ଶେଷ କଲ୍। ସେହି କଲ୍ର ଅବଧି ଥିଲା ୨୭ ସେକେଣ୍ଡ। ମଙ୍ଗଳବାର ଶୁଭଶ୍ରୀଙ୍କର ସନ୍ଦେହଜନକଙ୍କ ଭାବେ ମୃତ୍ୟୁ ଘଟିଥିବା ବେଳେ ସେହିଦିନ ସେ ସଂପୃକ୍ତ ଯୁବକଙ୍କୁ ୭ ଥର କଲ୍ କରିଥିଲେ। ଶୁଭଶ୍ରୀଙ୍କ ମୋବାଇଲ୍ରୁ ଶେଷ କଲ୍ ମଧ୍ୟ ତାଙ୍କ ପାଖକୁ ଯାଇଥିଲା। ଶୁଭଶ୍ରୀ ସଂପୃକ୍ତ ଯୁବକଙ୍କ ସହ ଶେଷ ଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହୋଇଥିଲେ। ତେବେ ସେ କ’ଣ କଥା ହୋଇଥିଲେ ପୋଲିସ ତାର ଖୋଳତାଡ଼ କରୁଛି। ସେହିପରି ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କର କ’ଣ ସମ୍ପର୍କ ଥିଲା ସେ ବିଷୟରେ ବି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..