ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଅଣ୍ଡର୍ୱାର୍ଲଡ୍ ଡନ୍’ ଦାଉଦ୍ ଇବ୍ରାହିମ୍ଙ୍କ ନାଁରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ୨୫ ଲକ୍ଷ ଟଙ୍କା ଘୋଷଣା କରାଯାଇଛି | ଏହା ସହିତ ସହିତି ତାଙ୍କର କେତେକ ସହଯୋଗୀଙ୍କ ନାମରେ ମଧ୍ୟ ପୁରସ୍କାର ଘୋଷଣା ହୋଇଥିବା ନେଇ ସୂଚନା ମିଳିଛି | ଚୋରା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଡ୍ରଗ୍, ଓ ଜାଲ୍ ଭାରତୀୟ କାଗଜ ଟଙ୍କା ଚୋରା ଚାଲାଣ କରିବା ଏବଂ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଓ ଆତଙ୍କବାଦୀ ସଙ୍ଗଠନ ସହିତ ମିଶି ଆତଙ୍କବାଦୀ ଆକ୍ରମଣ କରିବା ନିମନ୍ତେ ଭାରତରେ ୟୁନିଟ୍ ସ୍ଥାପନ କରିଥିବା ଇବ୍ରାହିମ୍ଙ୍କ ଗ୍ୟାଙ୍ଗ୍ ‘ଡି’ କମ୍ପାନି ଉପରେ ଏହି ତଦନ୍ତ କରାଯାଉଛି। ଇବ୍ରାହିମ୍ଙ୍କ ଭାଇ ଅନୀସ୍ ଇବ୍ରାହିମ୍ ଓରଫ୍ ହାଜି ଆନୀନ୍, ଘନିଷ୍ଠ ସହଯୋଗୀ ଜାବେଦ୍ ପଟେଲ୍ ଓରଫ ଚିକ୍ନା, ଶକୀଲ୍ ଓର ଛୋଟା ଶକୀଲ୍, ଇବ୍ରାହିମ୍ ମୁସ୍ତାକ୍ ଅବ୍ଦୁଲ୍ ରଜାକ୍ ମେମୋନ୍ ଓରଫ୍ ଟାଇଗର୍ ମେନୋନ୍ଙ୍କ ନାମର ବି ଏଜେନ୍ସି ପୁରସ୍କାର ଘୋଷଣା କରିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..