Report Card Odisha

| Daily Odia News

ବିଚାରପତି କଲେ ଆତ୍ମହତ୍ୟା ……

ରିପୋର୍ଟ କାର୍ଡ / କଟକ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମତ୍ୟା କରିଛନ୍ତି । ଆଜି ତାଙ୍କ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବିଚାରପତି କାହିଁକି ଆତ୍ମହତ୍ୟା କଲେ, କାରଣ ସ୍ପଷ୍ଟ ରହିଛି | ମିଳିଥିବା ସୂଚନା ଅନୁସାରେ- ସେ ଦୁଇ ଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିବା ବେଳେ ଆଜି ପୁଣି ଛୁଟି ନେଇଥିବା ଜଣାପଡିଛି | ସୁବାସ ଙ୍କ ଷ୍ଟେନୋ କହିଛନ୍ତି ଯେ ସେ ଆଜି କୋର୍ଟ ଆସିବାର ଥିଲା। କିନ୍ତୁ ସକାଳ ପ୍ରାୟ ୧୦ଟା ବେଳେ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ।

Breaking News