ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ଅରାବଲ୍ଲି ଜିଲ୍ଲା ଅମ୍ବାଜିରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଦ୍ରୁତ ଗତିରେ ଯାଉଥିବା ଏକ କାର୍ ରାସ୍ତାରେ ଶ୍ରଦ୍ଧାଳୁଙ୍କ ଉପରେ ମାଡି ଯାଇଛି | ଫଳରେ ୬ ଜଣଙ୍କ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି | ଏହାସହ ଆହୁରି ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲେ । ଅଧିକାଂଶ ଯାତ୍ରୀ ପଞ୍ଚମହଲ ଜିଲ୍ଲା କାକୋଲର ବାସିନ୍ଦା ବୋଲି ଜଣାପଡିଛି। ଯାତ୍ରୀମାନେ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ପାଦରେ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଥିବା ଉକ୍ତ କାର୍ ଟି ସଭିଁଙ୍କୁ ଧକ୍କା ଦେଇଥିଲା।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..