ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ରାଜ୍ୟରେ ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି | ପରୀକ୍ଷା ୩, ୪ ଏବଂ ୭ ତାରିଖରେ ହେବ। ୪ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ ପଦ୍ଧତିରେ ପରୀକ୍ଷା କରାଯିବ। ଏମ୍ବିଏ, ବି.ଟେକ ଏବଂ ବି.ଫାର୍ମା ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ଚଳିତ ବର୍ଷ ୨୮ ହଜାର ୬୨୦ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବ୍ସାଇଟ୍ରୁ ନିଜର ଆଡ଼ମିଟ କାର୍ଡ ଡାଉନଲୋଡ କରିବାକୁ କୁହାଯାଇଛି। ବିନା ଆଡ଼ମିଟ କାର୍ଡରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଇ ଦିଆଯିବ ନାହିଁ। କରୋନା କଟକଣା ପାଇଁ ଯେଉଁ ନିୟମାବଳୀ ରହିଛି ତାକୁ ପାଳନ କରିବାକୁ ହେବ। ପରୀକ୍ଷାର୍ଥୀଙ୍କୁ ମାସ୍କ ପିନ୍ଧି କେନ୍ଦ୍ରକୁ ପ୍ରବେଶ ବାଧ୍ୟତାମୂଳକ କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……