ରିପୋର୍ଟ କାର୍ଡ / ଭୁବନେଶ୍ୱର
ରକ୍ତରେ ରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ଜଣେ ସାଙ୍ଗକୁ ଆଉ ଜଣେ ସାଙ୍ଗ ଛୁରାମାଡ଼ କରିଛି । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ ଶେକ୍ ଅବ୍ଦୁଲ୍ଙ୍କ ପେଟର ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….