ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ୪ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ରାଜ୍ୟରେ ଅନୁମୋଦିତ ପୁଲିସ ଡିଜି ପାହ୍ୟାର ପଦବୀ ସଂଖ୍ୟା ୩ ଥିବାବେଳେ ମୁଖ୍ୟ ସଚିବ ପାହ୍ୟାର ପଦବୀ ସଂଖ୍ୟା ୬ । ୮୯ ବ୍ୟାଚର ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ.ଏମ୍. ନର୍ଭେଣେ, ଅମ୍ରିତ ମୋହନ ପ୍ରସାଦ, ବି. ରାଧିକାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏବେ ରାଜ୍ୟ ପୋଲିସର ଡିଜି ଅଛନ୍ତି ସୁନିଲ ବଂଶଲ । ୮୭ ବ୍ୟାଚର ଆଇପିଏସ ଅଫିସର ସୁନିଲ ବଂଶଲ ଗତ ଜାନୁଆରୀରେ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି । ତେଣୁ ପରବର୍ତ୍ତୀ ଡିଜି ଚୟନ ବେଳେ ଏହି ୪ ବରିଷ୍ଠ ଅଧିକାରୀଙ୍କ ନାମକୁ ମଧ୍ୟ ବିଚାରକୁ ନିଆଯିବ। ଆଜି ଡିଜି ପାହ୍ୟାକୁ ପ୍ରମୋସନ ପାଇଥିବା ୮୯ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ୨୦୨୪ ମେ ପର୍ଯ୍ୟନ୍ତ ରହିଛି। ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ଏସ.ଏମ ନର୍ଭେଣେଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୫ ପର୍ଯ୍ୟନ୍ତ ରହିଛି। ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ଅମ୍ରିତ ମୋହନ ପ୍ରସାଦଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ରହିଛି। ୮୯ ବ୍ୟାଚର ବରିଷ୍ଠ ପୋଲିସ ଅଧିକାରୀ ବି. ରାଧିକାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ରହିଛି। ପୂର୍ବରୁ ୮୮ ବ୍ୟାଚର ମନୋଜ ଛାବ୍ରା ଡିଜି ପ୍ରିଜନ ଭାବେ କାର୍ଯ୍ୟରତ । ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ରହିଛି। ସେହିପରିି ୮୮ ବ୍ୟାଚର ଆଇପିଏସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ ଏବେ ଅଗ୍ନିଶମ ବିଭାଗ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି, ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ରହିଛି। ସେହିପରି ୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ରାୟ ଏବେ ସ୍ୱତନ୍ତ୍ର ଡିଜି କମ୍ୟୁନିକେସନ ଭାବରେ କାର୍ଯ୍ୟରତ। ତାଙ୍କ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ରହିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି । ତେବେ ସେମାନଙ୍କ ନୂତନ ନିଯୁକ୍ତି ଗୃହ ବିଭାଗ ସ୍ଥିର କରିବ ବୋଲି ସୂଚନା ଦିଆଯାଇଛି ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……