ରିପୋର୍ଟ କାର୍ଡ / ବଡମ୍ବା
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି | ଏଭଳି ହୃଦୟବିଦାରକ ଘଟଣା ଘଟିଛି କଟକ ବଡମ୍ବାରେ | ପରିବାରରେ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମା ବି ଆଖି ବୁଜିଛନ୍ତି। ଉଲ୍ଲେଖ ଯୋଗ୍ୟ-ରାତ୍ରିରେ ଘରେ ମା ରୁପା ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ। ସମସ୍ତେ ଖୁସିରେ ଖାଇଥିଲେ। ଦାଣ୍ତରେ ପୂଜା କରୁଥିବା ଗଣେଶଙ୍କର ପ୍ରତିମୂର୍ତ୍ତିକୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। କିନ୍ତୁ ଖାଇସାରିବା ପରେ କିଛି ଭିନ୍ନ ଘଟଣା ଘଟିଥିଲା ।ହଠାତ ପୁଅ ରୁଦ୍ର ପାତ୍ର(୧୦ବର୍ଷ) ଏବଂ ଝିଅ ରୁଚିକା ପାତ୍ର(୭ବର୍ଷ) ଙ୍କର ଭୀଷଣ ବାନ୍ତି ସହ ମୁଣ୍ଡ ବୁଲାଇ ହେବାରୁ ପ୍ରଥମେ ତାଙ୍କୁ ସ୍ଥାନୀୟ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଠିକ ୧୫ ମିନିଟ ମଧ୍ୟରେ ପୁଣି ଉଭୟ ବାପା ଗୋବିନ୍ଦ ପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ରୁନୁ ପାତ୍ରଙ୍କର ବାନ୍ତି କରି ବେହୋସ ହୋଇଯାଇଥିଲେ । ତେବେ ଏକା ସହ ପରିବାରର ୪ ଜଣକୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଝିଅ ରୁଚିକା ପାତ୍ର ଏବଂ ଦିନ ଠିକ ୧୧ଟା ସମୟରେ ପୁଅ ରୁଦ୍ର ପାତ୍ରଙ୍କର ବିୟୋଗ ଘଟିଥିଲା। ମେଡିକାଲରେ ଚିକିତ୍ସିତ ହେଉଥିବା ମା ରୁନୁ ପାତ୍ରଙ୍କର ବି ରାତିରେ ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ ଚାଟରେ କିଛି ବିଷାକ୍ତ ପଦାର୍ଥର ମିଶି ଥିବାରୁ ଏହିପରି ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି |






More Stories
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..