ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୮ ତାରିଖରେ ଇଣ୍ଡିଆ ଗେଟ୍ରେ ସ୍ଥାପିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉନ୍ମୋଚନ କରିବେ। ଇଣ୍ଡିଆ ଗେଟ୍ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପୂର୍ବରୁ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ନ ଆର୍ଟର ମହାନିର୍ଦ୍ଦେଶକ ତଥା ଖ୍ୟାତନାମା ସ୍ଥପତି ଅଦ୍ବୈତ ଗଡ଼ନାୟକଙ୍କ ନେତୃତ୍ବରେ ପ୍ରତିମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଅନୁମୋଦନ କରାଯିବା ପରେ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ମହୀଶୂରର ଖ୍ୟାତନାମା ସ୍ଥପତି ତଥା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଦାୟିତ୍ୱ ଦିଆଯାଇଥିଲା | ଉଲ୍ଲେଖ ଯୋଗ୍ୟ-ପୂର୍ବରୁ ଏହି ସାମିୟାନା ତଳେ ରାଜା ଜର୍ଜ ପଞ୍ଚମ ଙ୍କ ପ୍ରତିମୂର୍ତ୍ତି ରହିଥିଲା | ୧୯୬୮ମସିହାରେ ଏଠାରୁ ଜର୍ଜ ପଞ୍ଚମ ଙ୍କ ପ୍ରତିମୂର୍ତ୍ତି ହଟାଇ ଦିଆଯାଇଥିଲା।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..