Report Card Odisha

| Daily Odia News

ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କଲା ପାକିସ୍ତାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଶ୍କର ଆତଙ୍କବାଦୀଙ୍କୁ ନିଜର ବୋଲି ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଭାରତୀୟ ଯବାନ ମାନେ କାବୁକରିଥିଲେ । ଉଭୟଙ୍କ ମଧ୍ୟରେ ଗୁୁଳି ବିନିମୟ ହେବା ଦ୍ବାରା ଆତଙ୍କବାଦୀ ଜଣଙ୍କ ପ୍ରାଣ ହରାଇଛନ୍ତି। ପାକିସ୍ତାନ ତାଲିମପ୍ରାପ୍ତ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କ ଶବକୁ ଗ୍ରହଣ କରିଛି। ଏଥିସହ ଆତଙ୍କବାଦୀ ପାକିସ୍ତାନର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ଅଗଷ୍ଟ ୨୧ ରେ ରାଜୋରି ଜିଲ୍ଲାର ନୋଶେରା ସେକ୍ଟରରେ LoC ମାଧ୍ୟମରେ ଅନୁପ୍ରବେଶ କରିଥିଲେ ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା। ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଦ୍ବାରା ତାଙ୍କର ମୃତ୍ୟୁ ହୋଇଛି। ପରେ ଚିକିତ୍ସା ପାଇଁ ତାଙ୍କୁ ରାଜୋରୀର ମିଲିଟାରୀ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଭାରତୀୟ ଯବାନ ତାଙ୍କୁ ତିନି ୟୁନିଟ୍ ରକ୍ତ ମଧ୍ୟ ଦେଇଥିଲେ। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଦ୍ବାରା ତାଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ତାଙ୍କୁ ପାକିସ୍ତାନର କର୍ଣ୍ଣେଲ୍‌ଙ୍କ ଠାରୁ ୩୦ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି।

Breaking News