ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚର୍ଚ୍ଚା କୁ ଆସିଛି ପୋଲିସ ସ୍ୱାମୀ-ସ୍ତ୍ରୀଙ୍କ କଳି | ଦୁଷ୍କର୍ମ ଅଭିଯୋଗ କରିଦେବି କହି ବିବାହ କରିବା ପରେ ଏବେ ପତ୍ନୀ ସବୁଦିନ ସ୍ୱାମୀଙ୍କୁ ମାଡ଼ ମାରୁଥିବା ନେଇ ଅଭିଯୋଗ କରିଛନ୍ତି ନିଜେ ପୋଲିସ ବାବୁ | ଝାଡଖଣ୍ଡର ରାମଗଡର ଡେପୁଟି ଏସପି କିଶୋର ରଜକ ଏଭଳି ଅଭିଯୋଗ ଆଣିଛନ୍ତି । ଏକ ଭିଡିଓ ସେୟାର କରି ତାଙ୍କ ସହ ବିବାହ ପରେ ଘଟି ଆସୁଥିବା ଅତ୍ୟାଚାର ସମ୍ପର୍କରେ କହିଛନ୍ତି କିଶୋର। ଭିଡିଓରେ ଡେପୁଟି ଏସପି କିଶୋର ପତ୍ନୀଙ୍କ ଉପରେ ଶାରୀରିକ, ପାରିବାରିକ ଏବଂ ଭୟଙ୍କର ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ପତ୍ନୀ ମୋତେ ମାଡ଼ ମାରିବା ପରେ ପୋଲିସ ରେ ମୁଁ ତାଙ୍କୁ ମାଡ଼ ମାରୁଥିବାର ଅଭିଯୋଗ କରୁଛନ୍ତି। କିଶୋର ରଜକ ସେପ୍ଟେମ୍ବର ୩ ତାରିଖରେ ଭିଡିଓ ଜାରି କଲେ । ଭିଡିଓରେ କିଶୋର ତାଙ୍କ ଦେହରେ ଥିବା ନଖର ଦାଗ ଦେଖାଇ ତାଙ୍କ ପତ୍ନୀ ବର୍ଷା ଶ୍ରୀବାସ୍ତବ ତାଙ୍କୁ ମାରପିଟ କରୁଥିବା ଅଭିଯୋଗ କରିଥିଲେ । ତାଙ୍କର ପୁଅଟିଏ ଅଛି । ହେଲେ ତାକୁ ମଧ୍ୟ ପତ୍ନୀ ମାରପିଟ କରୁଥିବାରୁ ସେ ମଧ୍ୟ ଡରିକି ରହୁଛି । ମା’କୁ ଦେଖିବା ମାତ୍ରେ ହିଁ ଚିକ୍ରାର କରୁଛି । ଉଭୟ ବାପା, ପୁଅଙ୍କୁ ପତ୍ନୀ ବର୍ଷା ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଡିଏସପି କିଶୋର । ଓଲଟି ପତ୍ନୀ ବର୍ଷା ତାଙ୍କ ବିରୋଧରେ ୬ଥର ଏଫଆଇଆର ଦେଇସାରିଛନ୍ତି । କେବଳ ତାଙ୍କ ବିରୋଧରେ ନୁହେଁ ତାଙ୍କ ପରିବାର ବିରୋଧରେ ମଧ୍ୟ ଏକାଧିକ ମାମଲା ଦାଏର କରିଛନ୍ତି ପତ୍ନୀ ବର୍ଷା । ସବୁଠାରୁ ବଡ କଥା ହେଉଛି ‘ବର୍ଷା ତାଙ୍କୁ ଦୁଷ୍କର୍ମର ଧମକ ଦେଇ ବିବାହ କରିଛନ୍ତି । ସେ ଫଶିଯାଇଛନ୍ତି’ବୋଲି କହିଛନ୍ତି କିଶୋର ରଜକ ।
Discussion about this post