ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ୧୮୪ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ନିଯୋକ୍ତି ଦେଇଛନ୍ତି | ଏହି ନିଯୁକ୍ତି ଲାଗି ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ। ରାଜ୍ୟ ସରକାରଙ୍କ କୃଷି ନୀତି ସମୃଦ୍ଧି-୨୦୨୦ କୃଷକମାନଙ୍କ ଆୟକୁ ନିୟମିତ ବୃଦ୍ଧି କରିବା ସହ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଜମିହୀନ କୃଷକଙ୍କ ଆଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିଛି। କୃଷିର ଅଭିବୃଦ୍ଧି ପାଇଁ ସଂରକ୍ଷଣ, ବିକାଶ ଓ ଜମି ଓ ପାଣିର ପରିଚାଳନା ବେଶ୍ ଗୁରୁତ୍ବପୂର୍ଣ୍ଣ। ଜଳସେଚନ ବିକାଶ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଅନେକଗୁଡ଼ିକ କାର୍ଯ୍ୟ ହାତକୁ ନେଇଛନ୍ତି। କୃଷକଙ୍କ ଆୟର ବୃଦ୍ଧି ଲାଗି ବର୍ଷାଜଳ କ୍ଷେତ୍ର ବିକାଶ, ବୃକ୍ଷରୋପଣ, ଫାର୍ମ ପୋଖରୀ ନିର୍ମାଣ ଓ ଫାର୍ମ ପୋଖରୀ ପ୍ଲସ୍ ସହିତ ସମନ୍ବିତ କୃଷି ବ୍ୟବସ୍ଥା କରାଯାଇଛି। ଏସବୁ କାର୍ଯ୍ୟକ୍ରମଗୁଡ଼ିକ ଜଳବାୟୁର ବ୍ୟାପକ ପରିବର୍ତନ ଯୋଗୁଁ ସୃଷ୍ଟି ହେଉଥିବା ପାଣିପାଗକୁ ପ୍ରତିହତ କରିବାରେ ସହାୟକ ହୋଇପାରୁଛି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ତୃଣମୂଳ ସ୍ତରରେ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କୃଷକ ଓ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହିତ ବିଭିନ୍ନ ମୃତ୍ତିକା ସଂରକ୍ଷଣ ଓ ଜଳସେଚନ କାର୍ଯ୍ୟକଳାପକୁ କାର୍ଯ୍ୟାନ୍ବୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ନବନିଯୁକ୍ତି ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀମାନେ ରାଜ୍ୟର କୃଷକମାନଙ୍କ ସ୍ବାର୍ଥକୁ ନଜରରେ ରଖି ସେମାନଙ୍କ କାର୍ଯ୍ୟ ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..