ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ ଅଘଟଣ ଘଟିଛି । ଉତ୍ତରପ୍ରଦେଶ ଓ ହରିୟାନାରେ ବିଭନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୪ ନାବାଳକଙ୍କ ସମେତ ୧୧ ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ହରିୟାନାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଏକ ୭ ଫୁଟର ମୂର୍ତ୍ତି ବିସର୍ଜନ ବେଳେ ପ୍ରାୟ ୯ ଜଣ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନଡିଆରଏଫର ସହାୟତା ନିଆଯାଇ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏହି ସମୟରେ ୪ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେହିପରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୟୁପିର ସନ୍ଥ କବୀର ନଗର ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ଦେଖିବାକୁ ଯାଇ ମଧ୍ୟ ୪ ନାବାଳକ ନଦୀରେ ବୁଡି ଯାଇଥିଲେ। ପୋଲିସ ମାଛଧରାଳିଙ୍କ ସହଯୋଗରେ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ସେମାନଙ୍କ ବୟସ ୬ରୁ ୧୧ ବର୍ଷ ବୋଲି ଜଣାଯାଇଛି। ଉନ୍ନାବ ଜିଲ୍ଲାରେ ଗତକାଲି ଗଣେଶ ବିସର୍ଜନ ଚାଲିଥିବା ବେଳେ ପାଣିର ସୁଅରେ ଭାସିଯାଇ ୨ ନାବାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ସଫିପୁର ଥାନା ଅଞ୍ଚଳର ଏକ ଗାଁର ୫ ଜଣ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଅସାବଧାନତା ହେତୁ ପାଣିରେ ଭାସିଯାଇଥିଲେ। ସେଠାରେ ଉପସ୍ଥିତ ଲୋକ ୨ ଜଣଙ୍କର ମୃତଦେହ ପାଣିରୁ ଊଦ୍ଧାର କରିଥିଲେ। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….