ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ବିୟୋଗ ପରେ ପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନର ନୂଆ ରାଜା ହେବାକୁ ଯାଉଛନ୍ତି । ସେ ଆଜି ବିଧିବଦ୍ଧ ଭାବେ ଏହି ଦାୟିତ୍ୱ ସମ୍ଭାଳିବେ । ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଏଲିଜାବେଥ୍ ଦ୍ୱିତୀୟ ଦୀର୍ଘ ୭୦ ବର୍ଷ ଶାସନରେ ରହିଥିଲେ । ଏବେ ତାଙ୍କ ପୁଅ ଚାର୍ଲସ ନୂଆ ରାଜା ଭାବେ ଅଭିଷିକ୍ତ ହେବା ପରେ ସେ ଚାର୍ଲସ ତୃତୀୟ ଭାବେ ପରିଚୟ ପାଇଛନ୍ତି । ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି । ଏବେ ଚାର୍ଲସ ରାଜକୀୟ ପ୍ରଥା ଅନୁଯାୟୀ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । କେବଳ ବ୍ରିଟେନରେ ରହିଛି ଏହି ପ୍ରଥା । ସେହିପରି ସେ ବିନା ଲାଇସେନ୍ସରେ ଗାଡି ଚଳାଇପାରିବେ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….