ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ବିୟୋଗରେ ଆଜି ଭାରତ ଦିନିକିଆ ଶୋକ ପାଳନ କରୁଛି | ଦେଶ ଵ୍ୟାପପି ଅର୍ଦ୍ଧନମୀତ ହେବ ଜାତୀୟ ପତାକା | ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ | ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ- ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେପ୍ଟେମ୍ବର ୧୯ରେ ଓ୍ଵେଷ୍ଟମିନଷ୍ଟର ଏବେରେ କରାଯିବ। ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥିବ ଶରୀର ଚାରି ଦିନ ପାଇଁ ଓ୍ଵେଷ୍ଟମିନଷ୍ଟର ହଲ୍ରେ ରଖାଯିବ, ଯଦ୍ଵାରା ସାଧାରଣ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇ ପାରିବେ।






More Stories
ଅଧରାତିରେ ୱାଙ୍ଗଚୁକଙ୍କୁ ଭେଟିଲେ ଜେପି ନଡ୍ଡା……
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..