ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣିଥରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଶରଦ ପାୱାର। ଆସନ୍ତା ୪ ବର୍ଷ ପାଇଁ ତାଙ୍କୁ ଏନସିପିର ସଭାପତି ଦାୟିତ୍ୱ ମିଳିଛି। ଦିଲ୍ଲୀରେ ଆୟୋଜିତ ଏନସିପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତିକ୍ରମେ ପାୱାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାଇଁ ଶିବସେନା ଓ କଂଗ୍ରେସ ଏକାଠି ହୋଇପାରିଥିଲେ। ଏମାନଙ୍କ ସହ ଏନସିପି ମିଶି ୨୦୧୯ରେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। ଏବେ ଏହି ମେଣ୍ଟ ସରକାର ଭାଙ୍ଗି ଯାଇଛି। ବିଜେପି ସହ ମିଶି ଶିବସେନାର ବିଦ୍ରୋହୀ ବିଧାୟକମାନେ ରାଜ୍ୟରେ ସରକାର ଗଠନ କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ଆରମ୍ଭ କରି ଦେଶ ରାଜନୀତିରେ ପାୱାରଙ୍କ ଦବଦବା ରହିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……