ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏମ୍ଏନ୍ ଭଣ୍ଡାରୀଙ୍କୁ ଅବସରଗ୍ରହଣର ଚାରିଦିନ ପୂର୍ବରୁ ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ରହିଥିବା ସର୍ବୋଚ୍ଚ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଜଷ୍ଟିସ୍ ଭଣ୍ଡାରୀ ଆସନ୍ତା ୧୨ ତାରିଖରେ ଅବସର ନେବେ। ଜଷ୍ଟିସ୍ ଭଣ୍ଡାରୀ ଏହି ପଦରେ ୪ ବର୍ଷ ପାଇଁ ଅଥବା ୭୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଅର୍ଥମନ୍ତ୍ରଣାଳୟ ଅଧୀନ ରାଜସ୍ବ ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରେ ପ୍ରକାଶିତ ଏକ ନିର୍ଦ୍ଦେଶନାମାରେ କୁହାଯାଇଛି। ଜଷ୍ଟିସ୍ ଭଣ୍ଡାରୀ ୨୦୦୭ ଜୁଲାଇରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତା’ପରେ ତାଙ୍କୁ ୨୦୧୯ରେ ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି କରାଗଲା ଏବଂ ୨୦୧୯ ଜୁନ ମାସରେ ଉକ୍ତ କୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଗଲା। ଏହାପରେ ତାଙ୍କୁ ମାଡ୍ରାସ ହାଇକୋର୍ଟକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଥିଲା। ପରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ତାଙ୍କୁ ଉକ୍ତ ହାଇକୋର୍ଟର ନିୟମିତ ମୁଖ୍ୟ ବିଚାରପତି କରାଯାଇଥିଲା।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..