Report Card Odisha

| Daily Odia News

ବାଲିଯାତ୍ରାରେ ଜଳକ୍ରୀଡାର ମଜାନେବେ ଦର୍ଶକ…..

ରିପୋର୍ଟ କାର୍ଡ / କଟକ

କରୋନା ପାଇଁ ବନ୍ଦ ରହିଥିବା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ଚଳିତ ବର୍ଷ ହେବାକୁ ଯାଉଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ପ୍ରୟାସ କରାଯାଇଛି । ବାଲିଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ଜଳକ୍ରୀଡା । ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୮ ରୁ ୧୬ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ବର୍ଷେ ହେବ ତଳ ବାଲିଯାତ୍ରା ପଡିଆ ନିକଟରେ ମହାନଦୀରେ ଏକ ଜଳକ୍ରୀଡା କେନ୍ଦ୍ର ଖୋଲିଛି। ଏହି କେନ୍ଦ୍ର ସୁନ୍ଦର ବୋର୍ଟ, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନର ଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକଙ୍କୁ ବାଲିଯାତ୍ରା ବେଳେ ଜଳକ୍ରୀଡା ପାଇଁ ବ୍ୟବସ୍ଥାକରା ଯାଉଛି । ବୋର୍ଟରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ଏଥି ସହିତ ଜଳକ୍ରୀଡା କେନ୍ଦ୍ରରେ ଓଟିଡିସି ଭଲ ରେଷ୍ଟୁରାଣ୍ଟ ମଧ୍ୟ ରହିଛି। ବାଲିଯାତ୍ରା ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାପାଇଁ କର୍ତ୍ତୃପକ୍ଷ ମଧ୍ୟ ଜୋରଦାର ପ୍ରସ୍ତୁତି କରୁଛି ।

 

Breaking News