ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାର୍ବଣ ଋତୁ ପାଇଁ ଆକ୍ସନ ମୁଡ୍ରେ କମିଶନରେଟ୍ ପୋଲିସ। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଜୋରଦାର ପାଟ୍ରୋଲିଂ ଆରମ୍ଭ କରିଛି । ରାତିରେ ସହରର ଗଳି କନ୍ଦି ଛକରେ ବାଇକ୍ ପାଟ୍ରୋଲିଂ ଜରିଆରେ କମିଶନରେଟ୍ ପୋଲିସର ଅଫିସରମାନେ ବୁଲୁଛନ୍ତି। ସୂଚନା ଅନୁସାରେ -ଦେଖିବାକୁ ଗଲେ ଗତ କିଛି ହେବ ଭୁବନେଶ୍ୱରରେ ଅପରାଧ ବଢ଼ିବାରେ ଲାଗିଛି। ପାର୍ବଣ ବେଳେ ବଡ଼ ଧରଣର ଅଘଟଣକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବାଇକ୍ରେ ପାଟ୍ରୋଲିଂ ଆରମ୍ଭ ହୋଇଛି | ବିଶେଷ କରି ଅସାମାଜିକ କାର୍ଯ୍ୟକଳାପ, ବିଭିନ୍ନ ଖୋଲାସ୍ଥାନରେ ବସି ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କ ଲାଗି ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..