Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ପ୍ରଭାବଶାଳୀ ଲୋକଙ୍କ ଦ୍ବାରା ଅନୁଗୃହୀତ ହୋଇପାରନ୍ତି। ଆଶା ଫଳବତୀ ହେବ। କଳକୌଶଳ ପ୍ରୟୋଗ କରି କ୍ଷମତାଧାରୀ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପତ୍ନୀ ପରାୟଣ ହେବେ।
ବୃଷ : ବିପଦ ଆସିଲେ ଧୈର୍ଯ୍ୟ ଓ ସାହସର ସହ ତା’ର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ।

ମିଥୁନ : ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ସେବକ ମନୋବୃତ୍ତିର ହେବେ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ।
କର୍କଟ : ସମୟାନୁବର୍ତ୍ତିତା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାରେ ପାରଙ୍ଗମ ହେବେ। ଶତ୍ରୁକୁ ବଶ କରିପାରନ୍ତି। ସୁଧ ପୈଠ କରି ଋଣଦାତାଙ୍କୁ ସନ୍ତୁଷ୍ଟ କରିବେ।

ସିଂହ : ବିଦ୍ୟାବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଚତୁର ପଣିଆରେ ଅମୃତ ଲଡୁକରି ଶୁଶୁଙ୍କ ମୁହଁରେ ହସ ଫୁଟାଇ ପାରନ୍ତି। ପତ୍ନୀଙ୍କ ପରାମର୍ଶ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଶାସ୍ତ୍ର ଅଧ୍ୟୟନରେ ମନ ଦେବେ।
କନ୍ୟା : ଶ୍ରମ ସାର୍ଥକ ହେବ। ଈପ୍‌ସିତ ସୁଯୋଗ ପାଇ ମନସ୍କାମନା ପୂରଣ କରିପାରନ୍ତି। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

ତୁଳା : କରିତ୍‌କର୍ମା ହେବେ। ଜନସମ୍ପର୍କ ଅହେତୁକ ବୃଦ୍ଧିପାଇବ। ବାଞ୍ଛିତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। ନିରପେକ୍ଷ ଶାସନ ପଦ୍ଧତିକୁ ପ୍ରଚଳନ କରି ଜନସାଧାରଣଙ୍କ ଆଶାଭରସା ହେବେ।

ବିଛା : ସଂକଳ୍ପବାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶ୍ରମ ଓ ନିଷ୍ଠାର ପୁରସ୍କାର ମିଳିବ। ବ୍ୟବସାୟ ଲାଭଜନକ ହେବ। ଦାନ ରୂପକ ବୈଧ କର୍ମ କରିପାରନ୍ତି। ଧର୍ମାନୁପନ୍ଥାରେ ଜୀବନଯାପନ ଧ୍ୟେୟ ହେବ।

ଧନୁ : ସଦାଚାରୀ ହେବେ। ଆୟ ଉତ୍ତମ ମାନର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ବନ୍ଧୁ, ଆତ୍ମୀୟ ଓ ଶୁଭେଚ୍ଛୁଙ୍କୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ମିଳିବେ।
ମକର : ଜୀବନ ଶୋଧନର ରାଜମାର୍ଗକୁ ବାଛି ନେଇପାରନ୍ତି । ଏକାନ୍ତ ସାଧନା ଫଳବତୀ ହେବ। ମଧୁର ଭାଷା କପଟପୂର୍ଣ୍ଣ ହୋଇପାରେ। କର୍ମଚଞ୍ଚଳ ରହିବେ। ଭାବଭକ୍ତିର ନୈବଦ୍ୟ ଢାଳିପାରନ୍ତି ।

କୁମ୍ଭ : ଲେଖନୀ ନିଃସୃତ ଭାବ, ଭକ୍ତି ଓ ଅମୃତ ଲେଖା ଜନମାନସକୁ ଆକର୍ଷିତ କରୁଛି। ଦିବ୍ୟ ପ୍ରେରଣାଦାୟୀ ହେବେ। ଆତ୍ମବଳରେ ବଳୀୟାନ ହୋଇପାରନ୍ତି। ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହୋଇପାରନ୍ତି।

ମୀନ : ମହନୀୟ ରାଜପଦ ଲାଭ କରିପାରନ୍ତି। ଅତୁଳ ଧନସମ୍ପଦ ଲାଭର ସୂଚନା ମିଳୁଛି। କର୍ମକୁଶଳତାରୁ ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। କୁଳପ୍ରଦୀପ ହେବେ। ଧୀଶକ୍ତିସମ୍ପନ୍ନ ହୋଇପାରନ୍ତି।

Breaking News