ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିର ମାମଲରେ ବାରଣାସୀ ଜିଲ୍ଲା କୋର୍ଟର ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ଅଜୟ କୃଷ୍ଣା ବିଶ୍ୱେଶ ୫ ଜଣ ମହିଳାଙ୍କ ଦ୍ୱାରା ଶୃଙ୍ଗାର ଗୌରୀ ମନ୍ଦିରରେ ପୂଜା ଓ ଦର୍ଶନ ଅନୁମତିକୁ ନେଇ ହୋଇଥିବା ଆବେଦନ ଶୁଣାଣି ଯୋଗ୍ୟ କହିଛନ୍ତି। ଏହା ସହ ଅଞ୍ଜୁମନ ଇନ୍ତେଜାମିଆ କମିଟି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ନିୟମ ୬/୧୧ ଲାଗୁ ହେବ। ୭/୧୧ ଲାଗୁ ହେବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..