Report Card Odisha

| Daily Odia News

୧୬ ରେ ବାୟୁସେନାର ସୂର୍ଯ୍ୟକିରଣ ଶୋ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଭୁବନେଶ୍ୱରରେ ବାୟୁସେନା ପକ୍ଷରୁ ହେବ ସୂର୍ଯ୍ୟକିରଣ ଶୋ ’’ | ଆସନ୍ତା ୧୬ ତାରିଖ ସକାଳ ୯ ଟା ୩୦ ମିନିଟରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ଏୟାର ଶୋ’ ପଦର୍ଶିତ ହେବ | ଆଜି ବାୟୁସେନାର ୨ଟି ବିମାନ କୂଆଖାଇ ନଦୀପଠାରେ ଅଭ୍ୟାସ କରିଥିବା ଜଣାପଡିଛି ।

ଶୁକ୍ରବାର ରେ ସୋ’ ପ୍ରଦର୍ଶିତ ହେବ। ସୂଚନା ଅନୁସାରେ-ଭିଭିଆଇପି ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାକୁ ଦୃଷ୍ଟିରେ ରଖି କମିସନେରଟ ପୋଲିସ ପ୍ରସ୍ତୁତି ଚଳାଇଛି | ଏଥିରେ ୨୦ ପ୍ଲାଟୁନ ଫୋର୍ସ, ୧୦୦ ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ। ପଚାଶ ହଜାରରୁ ଅଧିକ ଲୋଙ୍କକ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି।

 

Breaking News