ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓମାନର ରାଜଧାନୀ ମସ୍କାଟର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଏକ ଇଂଜିନରୁ ଧୂଆଁ ବାହାରିଥିଲା | ଏହା ପରେ ତୁରନ୍ତ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ ଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ -ଏହି ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ ବି-୭୩୭ ମସ୍କାଟରୁ କୋଚି ଯିବାର ଥିଲା । ବିମାନରେ ରନଓ୍ବେରେ ଥିବା ବେଳେ ୨ ନମ୍ବର ଇଂଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ତୁରନ୍ତ ସବୁ ଯାତ୍ରୀ ଓ କର୍ମଚାରୀଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା । ବିମାନରେ ମୋଟ ୧୪୫ ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ । ଏହି ଘଟଣାରେ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ | ଏହି ଯାତ୍ରୀମାନଙ୍କୁ ମସ୍କାଟରୁ କୋଚି ନେବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..