ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ଅର୍ଥନୀତି ସମଗ୍ର ଦେଶର ସବୁଠୁ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି । ଗତ ଦେଢ଼ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହୁଛି | ମୁମ୍ବାଇରରେ ଆୟୋଜିିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବଳ ସମ୍ଭାବନା ରହିଛି । ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ । ଏହାର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଶକମାନଙ୍କୁ ଆହ୍ୱାନ କରିଛନ୍ତି | ଏହା ସହ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ‘ମେକ୍ ଇନ ଓଡ଼ିଶା-୩’ କନକ୍ଲେଭରେ ସାମିଲ ହେବାକୁ ଆମନ୍ତ୍ରଣ ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଶିଳ୍ପପତି, ନିବେଶକ, ବ୍ୟାଙ୍କର ଓ ଅନ୍ୟମାନଙ୍କୁ ସମ୍ବୋଧିତ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଅବସରରେ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଓଡ଼ିଶାରେ ୨୦୦ରୁ ଅଧିକ ଇଞ୍ଜିନିୟରିଂ କଲେଜ ଓ ଏକ ହଜାରରୁ ଅଧିକ ଆଇଟିଆଇ ରହିଛି । ଦେଶରେ ଅଧିକ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବାରେ ଓଡ଼ିଶା ଆଗରେ ରହିଛି । ସେହିପରି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ରହିଥିବା ସମ୍ଭାବନା ଓ ଇକୋ-ସିଷ୍ଟମ ସମ୍ପର୍କିତ ଏକ ରିପୋର୍ଟ ଉପସ୍ଥାପନ କରି କହିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପାଇଁ ଜମିର ପରିମାଣ, ବିଦ୍ୟୁତର ପରିମାଣ ଓ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ଭାରତରେ ସବୁଠୁ କମ୍ । ଏହାର ଫାଇଦା ଶିଳ୍ପପତି ଓ ନିବେଶକମାନେ ନେଇପାରିବେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ପ୍ରମୁଖ ଶିଳ୍ପପତି,ବ୍ୟାଙ୍କର ଓ ନିବେଶକଙ୍କୁ ଭେଟିଥିଲେ । ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା, ଏଚଡିଏଫସି ବ୍ୟାଙ୍କ କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଏସଟିଟି ଡିଜିସି ଇଣ୍ଡିଆ ସିଏଫଓ ବିମଳ ଖଣ୍ଡେଲୱାଲା, ଜେଏମ ବାକ୍ସି ପ୍ରାଃ ଲିଃ ଅଧ୍ୟକ୍ଷ ଧ୍ରୁବ କୋଟାକ, ଅପାର ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଅଧ୍ୟକ୍ଷ ଦୀନେଶ କୁମାର ଖାନ୍ନା, ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ୱାରଇ ଇଞ୍ଜିନିୟର୍ସ ଅଧ୍ୟକ୍ଷ ହିତେଶ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ ୱାନଟୁୱାନ୍ ସାକ୍ଷାତ କରିଥିଲେ ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..