ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଉପକଣ୍ଠ କୂଆଖାଇ ନଦୀପଠାରେ ଆସନ୍ତାକାଲି ‘ସୂର୍ଯ୍ୟକିରଣ’ ଏୟାର ସୋ’ ପଦର୍ଶିତ ହେବ | ସେଥିପାଇଁ ଆଜି ବାୟୁସେନା ପକ୍ଷରୁ ୯ଟି ବିମାନ ପୂର୍ଣ୍ଣ ଅଭ୍ୟାସ ଜାରିରହିଛି। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଭୁବନେଶ୍ୱରେ ବାୟୁସେନା ପକ୍ଷରୁ ‘ସୂର୍ଯ୍ୟକିରଣ’ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ୧୬ ତାରିଖ ୯ ଟା ୩୦ ମିନିଟରେ ଶୋ ଆରମ୍ଭ ହେବ | କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୋରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ହେବାନେଇ ଆକଳନ କରାଯଇଛି | ଏହାକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ଫୋର୍ସ, ୧୦୦ ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ହେଉଛନ୍ତି। ଟ୍ରାଫିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ସେହିପରି ୧୮ ତାରିଖରେ ପୁରୀ ରାଜଭବନରେ ଏହି ଏୟାର ସୋ’ ହେବ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..