Report Card Odisha

| Daily Odia News

ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ୫ଟି ସଚିବ ଙ୍କ ସମୀକ୍ଷା ବୈଠକ………

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ୫ ଟି ସଚିବ ଭି.କେ ପାଣ୍ଡିଆନ୍ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟ୍ଟାରିଆଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଛନ୍ତି | । ଖୋର୍ଦ୍ଧା ଶିଳ୍ପାଞ୍ଚଳର ଉଦ୍ୟୋଗୀ ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ୫ଟି ସଚିବ । ପ୍ରଥମେ ଏସଏମଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ରେ ପହଞ୍ଚି କମ୍ପାନୀ ପରିଦର୍ଶନ ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଇଣ୍ଡନିସନ ଫୁଡ ପ୍ରାଇଭେଟ ଲିମିଟେଡ଼, ହିନ୍ଦୁସ୍ଥାନ କୋକାକୋଲା, ସେଞ୍ଚୁରି ଫାଇଭର ପ୍ଳେଟସ୍ ପ୍ରାଇଭେଟ ଲିମିଟେଡ଼ ର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି | ବିଶେଷ କରି ଶିଳ୍ପାଞ୍ଚଳର ବିକାଶ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଅଧିକ ପୁଞ୍ଜି ନିବେଶ କରିବା, କ୍ବାଲିଟି ପ୍ରଡକ୍ଟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍।

Breaking News