ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ଅବସର ନେବ ଲଢ଼ୁଆ ବିମାନ ମିଗ୍-୨୧ | ଏହି ଲଢ଼ୁଆ ବିମାନ କୁ ଉଡ଼ାଉଥିଲେ ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ | ଶ୍ରୀନଗରରେ ଥିବା ମିଗ୍-୨୧କୁ ସେପ୍ଟେମ୍ବର ଶେଷ ସୁଦ୍ଧା ଅବସର ଦିଆଯିବ। ୪ ଦଶନ୍ଧି ପୂର୍ବରୁ ମିଗ୍-୨୧ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାରେ ସାମିଲ୍ କରାଯାଇଥିଲା। ୨୦୨୫ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ଥିବା ଅନ୍ୟ ୩ଟି ମିଗ୍-୨୧ ସ୍କ୍ବାର୍ଡନକୁ ମଧ୍ୟ ସେବା ହଟାଇ ଦିଆଯିବ ବୋଲି ବୋଲି ବାୟୁସେନା ପକ୍ଷରୁ ସୂଚନା ମିଳିଛି । ୨୦୧୯ ମସିହା ଫେବ୍ରୁଆରି ମାସରେ ଅଭିନନ୍ଦନ ବାଲାକୋର୍ଟ ଷ୍ଟ୍ରାଇକ୍ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲା | ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା। ଷ୍ଟ୍ରାଇକର ଗୋଟିଏ ଦିନ ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଖସାଇ ଦେଇଥିଲେ। ସେହି ସମୟରେ ସେ ମିଗ୍-୨୧ ବିମାନ ଉଡ଼ାଉଥିଲେ। କିନ୍ତୁ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ କ୍ରାସ୍ ହୋଇଯାଇଥିଲା ଏବଂ ସେ ପାକ୍ ସେନା ଦ୍ୱାରା ବନ୍ଦୀ ହୋଇଯାଇଥିଲେ। ପାଖାପାଖି ୬୦ ଘଣ୍ଟା ପରେ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ଫେରିଥିଲେ। ଏହି ଅଦମ୍ୟ ସାହସ ପାଇଁ ତାଙ୍କୁ ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..